ଭୁବନେଶ୍ୱର: ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। କିଭଳି ଭାବେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯାଇ ପାରିବ ସେନେଇ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଅପରାହ୍ନ ୩ଟାରେ ବସିବାକୁ ଥିବା ଏହି ବୈଠକରେ ୧୧ଟି ବିଶ୍ୱବିଦ୍ୟାଳୟ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କ ସମେତ ୧୯ଟି ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ୧୬ଟି ଅନୁଦାନପ୍ରାପ୍ତ ବେସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକ ସାମିଲ ହେବେ। କୋଭିଡ୍-୧୯ କଟକଣାକୁ ନଜରରେ ରଖି ଭିଡିଓ କନ୍ଫରେନସିଂ ମାଧ୍ୟମରେ ୨ଘଣ୍ଟା ଧରି ଏହି ବୈଠକ ଅନୁଷ୍ଠିତ ହେବ। ସମସ୍ତ କୁଳପତି, ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକ ନିଜ ନିଜ ଜିଲ୍ଲାରେ ଥିବା ଓସ୍ୱାନ ଭବନର ଭିଡିଓ କନ୍ଫରେନସିଂ ହଲରେ ଉପସ୍ଥିତ ରହିବେ। ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାର ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡିକର ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକ ଯଥାକ୍ରମେ ବିର୍ସା ବ୍ଲକ୍ ଓ ଖାଇରା ବ୍ଲକ୍ ଓସ୍ୱାନ ଭବନରେ ଉପସ୍ଥିତ ରହିବାକୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ନିର୍ଦେଶ ଦେଇଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0