ବ୍ୟୁରୋ ରିପୋର୍ଟ: ପୋଲାଣ୍ଡରେ ଫାଟିଲା ୫ ହଜାର ୪୦୦ କିଲୋଗ୍ରାମର ଭୂକମ୍ପ ବୋମା । ଏହା ଏତେ ଭୟଙ୍କର ଥିଲା ଯେ, ସମୁଦ୍ରରେ ସୁନାମି ଆସିଯାଇଛି । ୭୫ ବର୍ଷ ତଳର ଏହି ମହାବିନାଶକାରୀ ବୋମାକୁ ନିଷ୍କ୍ରିୟ କରାଯାଉଥିଲା ବେଳେ ତାହା ଫାଟିଯାଇଥିଲା । ୧୯୪୫ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପୋଲାଣ୍ଡ ଉପରେ ଏହି ବିଶାଳ ବୋମା ପକାଇଥିଲା ବ୍ରିଟେନର ରୟାଲ ଏୟାରଫୋର୍ସ । ସେବେଠାରୁ ପଡିରହିଥିବା ଏହି ବୋମାକୁ ପକ୍ଷରୁ ନିଷ୍କ୍ରିୟ କରିବା ପାଇଁ ସମୁଦ୍ର ଭିତରକୁ ନେଇଯାଇଥିଲେ ପୋଲାଣ୍ଡର ନୌସେନା ଅଧିକାରୀ । ତେବେ ବୋମାକୁ ନିଷ୍କ୍ରିୟ କରାଯାଉଥିବା ବେଳେ ତାହା ଫାଟି ଯାଇଥିଲା । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପାଣି ଭିତରେ ୧୨ ମିଟରର ଗାତ ହୋଇଯାିଥିଲା ଏବଂ ୧୯ ଫୁଟ ଉଚ୍ଚତାରେ ସୁମାମୀ ମାଡିଆସିଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0