spot_img

ଫାୟାର ଷ୍ଟେସନ ଓଭରବ୍ରିଜରେ ଘଟିଲା ମର୍ମନ୍ତୁକ ଦୁର୍ଘଟଣା

ଭୁବନେଶ୍ୱର: ଭୁବନେଶ୍ୱର ଫାୟାର ଷ୍ଟେସନ ଓଭର ବ୍ରିଜ ଉପରେ ଆଜି ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଛି । ତେବେ ଛିଡା ହୋଇଥିବା ଟ୍ରଲର ପଛରେ ଧକ୍କା ଦେଇଛି ଆଉ ଏକ ଟ୍ରଲର । ସୂଚନା ଅନୁସାରେ, ବିଶାଖାପାଟଣାରୁ ଭୁବନେଶ୍ୱର ଟାଟା କମ୍ପାନୀକୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରଲର ବ୍ରେକ ଫେଲ କାରଣରୁ ସକାଳୁ ରାସ୍ତାରେ ଛିଡା ହୋଇ ରହିଥିଲା । ତେବେ ପଛରୁ ଆଉ ଗୋଟେ ଟ୍ରଲର ଆସି ଛିଡା ହୋଇଥିବା ଟ୍ରଲର ଟିକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଟ୍ରଲର ଡ୍ରାଇଭରଙ୍କର ମୃତୁ୍ୟ ଘଟିବା ସହ ୨ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ହସ୍ଫିଟାଲରେ ଭର୍ତ୍ତୀ କରାଯାଇଛି । ଅନ୍ୟପଟେ ମୃତ ଡ୍ରାଇଭର ଟ୍ରଲର ଭିତରେ ଫସି ରହିଥିବା ବେଳେ ଘଟଣାସ୍ଥଳରେ ଓଡ୍ରାଫ ଟିମ ପହଁଞ୍ଚି ଡ୍ରାଇଭରଙ୍କୁ ବାହାର କରିବା ପାଇଁ ଚେଷ୍ଟା କରୁଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular