ଭୁବନେଶ୍ୱର: ଓଡ଼ିଶାରେ ୫ପ୍ରକାର କରୋନା ଭାଇରସ ଚିହ୍ନଟ ହୋଇଛି । ଜେନୋମିକ ଷ୍ଟଡ଼ି ପରେ ମିଳିଛି ୫ପ୍ରକାର କରୋନା ଭାଇରସ । ଭୁତାଣୁ ଗୁଡ଼ିକ ହେଉଛି 19A,19B,20A,20B,20C । ତେବେ ସବୁଠାରୁ ଅଧିକ 20A,20B ପ୍ରକାର ଠାବ ହୋଇଛି । IMRC ଓ ILS ମିଳିତ ସାମ୍ବାଦିକ ସମ୍ମିଳନୀର ସୂଚନା ଅନୁଯାୟୀ ଓଡ଼ିଶାରେ ୨୨୫ ସାମ୍ପୁଲ ସଂଗ୍ରହ କରାଯାଇ ଗବେଷଣା ହୋଇଥିଲା । ୧୩ ରାଜ୍ୟରୁ ଆସିଥିବା ପ୍ରବାସୀଙ୍କୁ ନେଇ ଗବେଷଣା କରାଯାଇଥିଲା । ବିଶେଷକରି ଗୁଜୁରାଟ, ଦିଲ୍ଲୀ, ତାମିଲନାଡ଼ୁରୁ ଫେରିଥିବା ପ୍ରବାସୀଙ୍କୁ ନେଇ ଏହି ଗବେଷଣାରେ ସାମିଲ କରାଯାଇଥିଲା । 19Aର ଉହାନ ଭାଇରସ ସହ ସାମଞ୍ଜସ୍ୟ ରହିଥିବା ବେଳେ 19A,19B ୟୁରୋପ ଓ ଦକ୍ଷିଣ ପୂର୍ବ ଏସିଆରୁ ଆସିଛି । ସେହିପରି 20C ସ୍ଥାନୀୟ ବିବର୍ତ୍ତନରୁ ସୃଷ୍ଟି ହୋଇଛି ଯାହାକି କେବଳ ଓଡ଼ିଶାରେ ଠାବ ହୋଇଛି । ଭାଇରସ ପ୍ରକାର ମିଳିବା ପରେ ଭ୍ୟାକସିନ ପାଇଁ ସୁବିଧା ହେବ ବୋଲି ILS ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0