ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ପୂର୍ବତନ ସମାଜବାଦୀ ନେତା ଅମର ସିଂହଙ୍କ ପରଲୋକ । ଶନିବାର ଅପରାହ୍ନରେ ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ୨୦୧୩ରେ ତାଙ୍କର ବୃକକ ଯନିତ ସମସ୍ୟା ଦେଖାଦେଇଥିବା ବେଳେ ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ଅସୁସ୍ଥତା ପରେ ବି ସେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିଲେ । ମାର୍ଚ୍ଚ ୨ ତାରିଖରେ ତାଙ୍କ ମୃତ୍ୟୁକୁ ନେଇ ଗୁଜବ ଉଠିଥିବା ବେଳେ ସେ ତାକୁ ଟ୍ୱିଟ କରି ଖଣ୍ଡନ କରିଥିଲେ । ଆଜି ମଧ୍ୟ ବକରୀଦ ପାଇଁ ଶୁଭେଚ୍ଛା ଦେବା ସହ ବାଳଗଙ୍ଗାଧର ତିଳକଙ୍କ ମୃତ୍ୟୁ ବାର୍ଷିକ ଅବସରରେ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0