ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତୁ୍ୟ ମାମଲାରେ ୟୁଟ୍ୟୁବର ରଶିଦ ସିଦ୍ଦିକିଙ୍କ ବିରୋଧରେ ଅକ୍ଷୟ କୁମାର ୫୦୦ କୋଟି ଟଙ୍କାର ମାନହାନି ନୋଟିସ ପଠାଇଥିଲେ। ସିଦ୍ଦିକି ଏହି ମାନହାନି ନୋଟିସକୁ ବିରୋଧ କରିଛନ୍ତି। ଅକ୍ଷୟ କୁମାରର ୫୦୦ କୋଟି ଟଙ୍କାର ମାନହାନି କେସକୁ ସିଦ୍ଦିକି ଅନୁଚିତ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ଭିଡିଓରେ ମାନହାନି ଭଳି କିଛି ନଥିଲା। ନୋଟିସ ଫେରାଇନେବାକୁ ସେ ଅକ୍ଷୟ କୁମାରଙ୍କୁ ଅନୁରୋଧ କରିଛନ୍ତି। କେସ୍ ଫେରାଇ ନନେଲେ ଅକ୍ଷୟ କୁମାରଙ୍କ ବିରୋଧରେ ଉଚିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0