ନୂଆଦିଲ୍ଲୀ: ପାକିସ୍ତାନରେ ମାଟି ଖୋଳୁ ଖୋଳୁ ମିଳିଲା ୧୩ ଶହ ଖ୍ରୀଷ୍ଟାଦ୍ଦର ଏକ ବିରାଟ ବିଷ୍ଣୁ ମନ୍ଦିର । ଉତ୍ତର-ପଶ୍ଚିମ ପାକିସ୍ତାନର ସ୍ବାଟ୍ ଜିଲ୍ଲାର ବାରିକୋଟ ଅଞ୍ଚଳରେ ଏକ ପାହାଡ ଖୋଳା ଯାଉଥିବା ସମୟରେ ହିନ୍ଦୁ ମନ୍ଦିର ଆବିଷ୍କାର ହୋଇଥିବା ସୂଚନା ମିଳିଛି । ତେବେ ଏହି ମନ୍ଦିରଟି ୧୩ ଶହ ଖ୍ରୀଷ୍ଟାବ୍ଦର ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ, ପାକିସ୍ତାନର ସ୍ବାର୍ଟ ଜିଲ୍ଲାର ବାରିକୋଟ ଘୁଣ୍ଡାଇ ଅଞ୍ଚଳରେ ଏକ ପାହାଡ ଖୋଳାଯାଉଥିବା ସମୟରେ ୧୩ ଶହ ଖ୍ରୀଷ୍ଟାବ୍ଦର ଏହି ହିନ୍ଦୁ ମନ୍ଦିରକୁ ଆବିଷ୍କାର କରାଯାଇଛି । ଏହାକୁ ପାକିସ୍ତାନୀ ଏବଂ ଇଟାଲିୟାନ ଆର୍ଚିଓଲୋଜିକାଲ ଏକ୍ସପର୍ଟଙ୍କ ଦ୍ବାରା ଆବିଷ୍କାର କରାଯାଇଛି । ପାକିସ୍ତାନର ଖ୍ୟାଇବର ପଖତୁନଖ୍ବା ଆର୍ଚିଓଲୋଜି ବିଭାଗର ଅଧିକାରୀ ଫଜଲେ ଖାଲିକ୍ କହିଛନ୍ତି ଆବିଷ୍କୃତ ହୋଇଥିବା ମନ୍ଦିରଟି ହେଉଛି ଭଗବାନ ବିଷ୍ଣୁଙ୍କର । ଏହା ୧୩ ଶହ ଖ୍ରାଷ୍ଟାବ୍ଦରେ ହିନ୍ଦୁ ସାହିମାନଙ୍କ ଦ୍ବାରା ନିର୍ମାଣ କରାଯାଇଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0