ଆକାଶ ଛୁଆଁ ସୁନା ଦର । ପେଟ୍ରୋଲ ପରେ ଏବେ ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଛି । କରୋନା ପରିସ୍ଥିତି ସହ ବିଶ୍ୱ ବଜାରରେ ସୁନା ଚାହିଦା ବୃଦ୍ଧି ପାଉଥିବାରୁ ଏପରି ଦର ବୃଦ୍ଧି ହୋଇଛି । ଦିଲ୍ଲୀରେ ସୁନା ୧୦ ଗ୍ରାମ ପିଛା ୨୨କ୍ୟାରେଟ ସୁନାର ମୂଲ୍ୟ ୪୭ ହଜାର ଟଙ୍କା ଅତିକ୍ରମ କରିଥିବାବେଳେ ଓଡିଶାରେ ବି ୨୪ କ୍ୟାରେଟ ସୁନାଦର ୫୦ ହଜାର ଛୁଇଁଛି ।
ଗହଣା କିଣିଲ ଭାଟ୍ ଓ ମେକିଙ୍ଗ ଚାର୍ଜକୁ ମିଶାଇ ୫୫ ହଜାର ଟପିବ । ୨୨କ୍ୟାରେଟ ସୁନାର ମୂଲ୍ୟ ୪୭ ହଜାର ଟଙ୍କା ପିଛା
ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି, ଯେ ଡଲାରରେ ଅସ୍ଥିରତା ଆସିଲେ ଏଭଳି ସମସ୍ୟା ସୃଷ୍ଟି ହୁଏ । କରୋନା ଯୋଗୁ ବାହାର ଦେଶରୁ ଆମଦାନୀ ବନ୍ଦ ରହିଛି ।ତେଣୁ ଦର ବଢିଛି । ଆମଦାନୀ ଠିକ ଭାବେ ହେଲେ ଦର କମିବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0