ଦୀର୍ଘ ଦିନ ଧରି ଚାଲିବନି ସୀମା ବିବାଦ । ଚୀନକୁ ଭାରତର କଡ଼ା ଚେତାବନୀ । ନିଜର ଦାବିରେ ଅଟଳ ଚୀନକୁ ଭାରତର କଡ଼ା ସନେ୍ଦସ । ସୀମା ଆଇନ ନମାନିଲେ ଫଳ ଭୋଗିବ ଚୀନ । ଏଲଏସିରେ ଦାର୍ଘଦିନ ଧରି ଚାଲିବନି ବିବାଦ ।ଗଲୱାନ ଘାଟି ବିବାଦ ନେଇ ଚୀନକୁ ଏପରିକିଛି କଡାବାଣୀ ଶୁଣେଇ ଦେଇଛି ଭାରତ ।ପୂର୍ବ ଲଦାଖରେ ଥିବା ଏଲଏସିରେ ଅନ୍ତର୍ଜାତୀୟ ସୀମାକୁ ଚୀନ୍ ଅସ୍ୱୀକାର କରିଆସୁଛି ।ଗଲୱାନ ଘାଟିକୁ ନିଜ ଅଂଚଳର ସୀମା ମଧ୍ୟରେ ବୋଲି ଯୁକ୍ତି କରୁଛି ।
ଏହାକୁ ନେଇ ଭାରତର ବୈଦେଶିକ ମନ୍ତ୍ରାଳୟ କଡା ସମାଲୋଚନା କରିଛି । ଗଲୱାନ ଘାଟିରେ ବଡ଼ ଧରଣର ନିର୍ମାଣ କାମ ଚଲାଇଥିବା ଚୀନ ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ । ଗତ ମେ ମାସରୁ ଚୀନ ଏହିସବୁ କାମ ଗଲୱାନ ଘାଟିରେ କରି ଆସୁଛି । ଗତ ୧୫ ଜୁନ୍ ରାତିରେ ଚୀନ୍ ସେନା ଭାରତ ସେନା ଉପରେ ଗଲୱନ ଘାଟିରେ ରାତି ଅଧିଆ ଆକ୍ରମଣ କରିବା ପରେ ୨୦ ଭାରତୀୟ ଜବାନ ସହିଦ ହୋଇଥିଲେ । ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଅଧିକ ତେଜିଛି । ଚୀନ୍ ଗଲୱାନ ଘାଟିକୁ ନିଜର ବୋଲି ବଳପୂର୍ବକ ଦାବି କରୁଛି । ଯାହାକୁ ଅସ୍ୱୀକାର କରିଆସିଛି ଭାରତ ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0