spot_img

ଏବେ ସୁଦ୍ଧା ଓଡ଼ିଶା ପୁଲିସ୍ରୁ ୫୨ ଜଣ କରୋନା ଯୋଦ୍ଧା ପ୍ଲାଜମା ଦାନ କରି ସାରିଲେଣି

ଭୁବନେଶ୍ବର: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ପ୍ଲାଜମା ଥେରାପି ଦ୍ବାରା ଅନେକ ଲୋକ ସୁସ୍ଥ ହେଉଛନ୍ତି। ଏଥିପାଇଁ ରାଜ୍ୟର ଅନେକ ସ୍ଥାନରେ ପ୍ଲାଜମା ବ୍ୟାଙ୍କ୍ ଖୋଲାଯାଇଛି। କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍, ରାଉର୍କେଲା ଆଇଜିଏଚ୍ ଓ ବୁର୍ଲାର ଭିମ୍ସାର୍ ଆଦି ବିଭିନ୍ନ ହସ୍ପିଟାଲ୍ରେ ଖୋଲିଥିବା ପ୍ଲାଜମା ବ୍ୟାଙ୍କରେ ଏବେ ସୁଦ୍ଧା ଓଡ଼ିଶା ପୁଲିସ୍ରୁ ୫୨ ଜଣ କରୋନା ଯୋଦ୍ଧା ପ୍ଲାଜମା ଦାନ କରି ସାରିଲେଣି। ଓଡ଼ିଶା ପୁଲିସ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି।

 

ଓଏସ୍ଏପି ଦ୍ବିତୀୟ ବଟାଲିୟନ୍ ଝାରସୁଗୁଡ଼ାରୁ ୬ ଜଣ, ଓଏସ୍ଏପି ତୃତୀୟ ବଟାଲିୟନ୍ କୋରାପୁଟରୁ ୫ ଜଣ, ଓଏସ୍ଏପି ଚତୁର୍ଥ ବଟାଲିୟନ୍ ରାଉରକେଲାରୁ ଜଣେ, ଓଏସ୍ଏପି ଷଷ୍ଠ ବଟାଲିୟନ୍ କଟକରୁ ଜଣେ, ଓଏସ୍ଏପି ଅଷ୍ଟମ ବଟାଲିୟନ୍ ଛତ୍ରପୁରରୁ ୧୪ ଜଣ, ପ୍ରଥମ ଆଇଆର୍ ବଟାଲିୟନ୍ କୋରାପୁଟ୍ରୁ ଜଣେ, ଚତୁର୍ଥ ଆଇଆର୍ ବଟାଲିୟନ୍ ଦେଓଗଡ଼ରୁ ଜଣେ, ପଞ୍ଚମ ଆଇଆର୍ ବଟାଲିୟନ୍ ବୌଦ୍ଧରୁ ୨ ଜଣ, ପିଟିଏଏସ୍ ନୟାଗଡ଼ରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୨ ଜଣ, କଟକ ଜିଲ୍ଲାରୁ ୪ ଜଣ, ପୁରୀ ଜିଲ୍ଲାରୁ ଜଣେ, ନୟାଗଡ଼ ଜିଲ୍ଳାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ, ଗଜପତି ଜିଲ୍ଲାରୁ ୬ ଜଣ ଓ ବ୍ରହ୍ପପୁର ପୁଲିସ୍ ଜିଲ୍ଲାରୁ ଜଣେ କୋଭିଡ୍ ଯୋଦ୍ଧା ପ୍ଲାଜମା ଦାନ କରିଥିବା ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular