spot_img

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ …

ଭୁବନେଶ୍ବର: ଆଜି ରାଜ୍ୟରେ ୩୩୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୦୫୩ଏବଂ ସ୍ଥାନୀୟ ଅଞ୍ଚଳରୁ ୧୩୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ ହଜାର ୬୦୨କୁ ବୃଦ୍ଧିପାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ
ଅନୁଗୁଳରେ ୭୩୨, ବାଲେଶ୍ବରରେ ୩,୧୭୫, ବରଗଡ଼ ଜିଲ୍ଲାରେ ୧,୪୮୮, ଭଦ୍ରକ ଜିଲ୍ଲାରେ ୨,୩୩୬, ବଲାଙ୍ଗୀରରେ ୧,୫୨୦, ବୌଦ୍ଧରେ ୫୪୩, କଟକରେ ୬,୫୨୫, ଦେବଗଡ଼ ଜିଲ୍ଲାରେ ୧୬୭ , ଢେଙ୍କାନାଳରେ ୧,୨୯୬, ଗଜପତିରେ ୨,୭୫୫, ଗଞ୍ଜାମ ଜିଲ୍ଲାରେ ୧୬,୯୩୬, ଜଗତସିଂହପୁର ଜିଲ୍ଲାରେ୧,୫୮୦, ଯାଜପୁରରେ ୩,୩୦୫, ଝାରସୁଗୁଡ଼ାରେ ୯୩୯, କଳାହାଣ୍ଡିରେ ୧,୧୬୦, କନ୍ଧମାଳରେ ୨,୦୦୬, କେନ୍ଦ୍ରାପଡ଼ାରେ ୧,୩୮୫, କେନ୍ଦୁଝରରେ ୧,୫୯୩, ଖୋର୍ଦ୍ଧାରେ ୧୩,୩୩୮, କୋରାପୁଟରେ ୨,୯୮୫, ମାଲକାନଗିରିରେ ୨,୦୯୩, ମୟୂରଭଞ୍ଜରେ ୨,୫୦୬, ନବରଙ୍ଗପୁର ଜିଲ୍ଲାରେ୯୧୯, ନୟାଗଡ଼ରେ ୨,୫୬୧, ନୂଆପଡ଼ାରେ ୩୪୦, ପୁରୀରେ ୨,୯୬୫, ରାୟଗଡ଼ାରେ ୩,୫୬୬, ସମ୍ବଲପୁରରେ ୨,୨୭୦, ସୋନପୁର ଜିଲ୍ଲାରେ ୫୩୧, ସୁନ୍ଦରଗଡ଼ରେ ୪,୦୮୭ ରେ ପହଞ୍ଚିଛି।

ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୫୯,୪୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭,୬୩୮ରହିଛି। କରୋନାରେ ୪୪୧ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular