ଅକାଳୀ ଦଳର ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ଆଜି ଜନ୍ମଦିନ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରକାଶ ସିଂ ୧୯୨୭ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ । ସେ ଦୀର୍ଘ ଦିନ ଧରି ପଞ୍ଜାବର ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି । ପ୍ରକାଶଙ୍କ ନେତୃତ୍ୱରେ ଶିରୋମଣି ଅକାଳି ଦଳ ଦୀର୍ଘ ଦିନ ଧରି ବିଜେପିର ସହଯୋଗୀ ହୋଇଆସୁଛି । ନିକଟରେ ସଂସଦରୁ ତିନୋଟି କୃଷି ଆଇନ ପାରିତ ସମୟରେ ଅକାଳୀ ଦଳ ସରକାରଙ୍କୁ ସମର୍ଥନ କରିନଥିଲେ । ଏପରିକି ପ୍ରକାଶ ସିଂ ବୋହୂ ହର୍ଷିମରତ ବାଦଲ ମଧ୍ୟ ମୋଦୀ କ୍ୟାବିନେଟରୁ ଇସ୍ତାଫା ଦେଇଛନ୍ତି । ଏହି ପ୍ରସଙ୍ଗକୁ ନେଇ ଅକାଳୀ ଦଳ ଏନଡ଼ିଏ ଠାରୁ ଅଲଗା ହୋଇଛି । ବର୍ତ୍ତମାନ ପଞ୍ଜାବର ଚାଷୀ ୧୩ ଦିନ ଧରି ଦିଲ୍ଲୀ ସୀମାରେ ଭାରତବନ୍ଦ ଡ଼ାକରା ଦେଇଥିବା ବେଳେ ଏହି ସମୟରେ ମୋଦୀ ପ୍ରକାଶ ସିଂ ଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0