ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଅଭାବନୀୟ ଘଟଣା । ଦାଦାବଟି ମାଗିବା ଅଭିଯୋଗରେ ୬ ଜଣ ସାମ୍ବାଦିକଙ୍କୁ ଗିରଫ କରିଛି ପୁଲିସ । ଗରଫ ସାମ୍ବାଦିକଙ୍କ ପାଖରୁ ନଗଦ ଟଙ୍କା, ବାଇକ, କାର ଓ ମୋବାଇଲ ଜବତ ହୋଇଛି । ସୂଚନା ଅନୁସାରେ, ଏକ ଘିଅ କମ୍ପାନୀ ମାଲିକଙ୍କ ସଂସ୍ଥାରେ ରେଡ କରିବାର ଭୟ ଦେଖାଇ ଏହି ସାମ୍ବାଦିକମାନେ ୩ଲକ୍ଷ ଟଙ୍କା ଦାବି କରିଥିଲେ । ତେବେ ପ୍ରଥମ କିସ୍ତିରେ ୯୯ହଜାର ଓ ପରେ ୩୧ ହଜାର ଟଙ୍କା ନେଇଥିଲେ । ଅନ୍ୟପଟେ ରାଜଧାନୀରେ ବିନା ରେଜିଷ୍ଟ୍ରସନରେ ମାଳ ମାଳ ୱେବ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ପୂର୍ବରୁ ମଧ୍ୟ ଏପରି ଅଭିଯୋଗ ଆସିଥିବାର ପୁଲିସ ପକ୍ଷରୁ ସୂଚନା ମିଳିଛି । ଯଦି କେହି କାହାକୁ ଧମକ ଦେଉଛନ୍ତି କିମ୍ବା ଦେଇଛନ୍ତି ସେମାନେ ନିକଟସ୍ଥ ଥାନାରେ ରିପୋର୍ଟ ଦେଇପାରିବେ ବୋଲି ପୁଲିସ ପକ୍ଷରୁ ସ୍ଫଷ୍ଟ କରାଯାଇଛି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0