spot_img

ମେହବୁବା ମୁଫତିଙ୍କ ଦଳରୁ ଇସ୍ତଫା ଦେଲେ ତିନି ବରିଷ୍ଠ ନେତା

ନୂଆଦିଲ୍ଳୀ: ମେହବୁବା ମୁଫତି ନିଜର ଭାରତ ବିରୋଧି ମନ୍ତବ୍ୟକୁ ନେଇ ବିବାଦରେ ଛନ୍ଦି ହୋଇଥାନ୍ତି । ମେହବୁବାଙ୍କ ‘ପିପୁଲ୍ସ ଡେମୋକ୍ରାଟିକ ପାର୍ଟିରୁ’ ତିନି ଜଣ ବରିଷ୍ଠ ନେତା ଇସ୍ତଫା ଦେଇଛନ୍ତି । ତେବେ ମୂଳ କାରଣଟି ହେଉଛି, ମୁଫତି କେତେକ କାର୍ଯ୍ୟ ଓ ଦେଶାତ୍ମବୋଧ ଭାବାବେଗକୁ ଆଘାତ ଦେବା ଭଳି ଅପ୍ରୀତିକର କଥା କହିଥିଲେ । ତେବେ ଟିଏସ ବାଜୱା, ବେଦ ମହାଜନ ଏବଂ ହୁସେନ ଏ ୱାଫାଙ୍କୁ ଏହି କଥା ଖୁବ ଅଶ୍ୱସ୍ଥି କରିଥିବାରୁ ସେମାନେ ଇସ୍ତଫା ଦେଇଛନ୍ତି ବୋଲି ସ୍ଫଷ୍ଟ କରିଛନ୍ତି । ସୂଚନା ଅନୁସାରେ, ମେହବୁବା ଭାରତର ଜାତୀୟ ପତାକାକୁ ନେଇ ଦେଇଥିବା ଟିପ୍ପଣୀ ଏବେ ସମସ୍ତଙ୍କର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତାଙ୍କ କହିବା ଅନୁସାରେ, ଜମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ପାହ୍ୟା ଏବଂ ପୃଥକ ପତାକା ଫେରାଇ ନ ଦିଆଯିବା ପର୍ଯ୍ୟନ୍ତ ତାଙ୍କ ଦଳର ସଦସ୍ୟମାନେ ଭାରତର ତ୍ରିରଙ୍ଗା ପତାକା ଉତ୍ତୋଳନ କରିବେ ନାହିଁ । ସେ ପତାକା ଆମ ହାତକୁ ଆସିବା ପରେ ଆମେ ଭାରତର ଜାତୀୟ ପତାକା ଉତ୍ତୋଳନ କରିବୁ । ଜମ୍ମୁ ଓ କାଶ୍ମୀରର ପତାକାକୁ ଡକାୟତମାନେ ନେଇଯାଇଛନ୍ତି ବୋଲି ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular