ଭୁବନେଶ୍ୱର: ଚଢ଼ାଉ ବେଳେ ଅବକାରୀ ବିଭାଗର ଗାଡ଼ି ପୋଡ଼ିବା ପାଇଁ ମାଫିଆଙ୍କ ଉଦ୍ୟମ। କିନ୍ତୁ ବିଭାଗୀୟ ଅଧିକାରୀ ଠିକଣା ସମୟରେ ଅଭିଯୁକ୍ତକୁ କାବୁ କରିନେବାରୁ ଅଳ୍ପକେ ଗାଡ଼ି ବର୍ତ୍ତି ଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ମହାକାଳପଡ଼ା ବ୍ଲକ୍ ବିଜୟନଗରରେ ଦେଖିବାକୁ ମିଳିଛି।
ଅବକାରୀ ବିଭାଗ ଗତକାଲି ବିଜୟନଗର ସମେତ ବାଙ୍କିଛନ୍ଦା, ନଛିପଡ଼ା, ଏକଲାପୁର ଅଞ୍ଚଳରୁ ୬ଜଣ ବେପାରୀଙ୍କୁ ଗିରଫ କରିବା ସହ ୧୩୫ ଲିଟର୍ ଦେଶୀ-ବିଦେଶୀ ମଦ ଏବଂ ୧୩୦୦ ଲିଟର୍ ପୋଚ ଜବତ୍ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ତିନିଜଣ ସଂପର୍କରେ ମା’, ପୁଅ ଏବଂ ବୋହୂ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଭିଯୁକ୍ତ ପୁଅ ହିଁ ଗାଡ଼ି ପୋଡ଼ିବା ପାଇଁ ପେଟ୍ରୋଲ ଢାଳି ନିଆଁ ଲଗାଇବା ପାଇଁ ଉଦ୍ୟମ କରୁଥିଲା ବୋଲି ଏସ୍ଆଇ ସରୋଜ ବାଗ୍ ସୂଚନା ଦେଇଛନ୍ତି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0