ନୁ୍ୟଜ୬ ବୁ୍ୟରୋ: ଦୂରଦର୍ଶନ ଆଜି ତାର ୬୧ ତମ ବର୍ଷ ପୂର୍ତ୍ତି ପାଳନ କରିଛି । ଭାରତର ପ୍ରଥମ ଟେଲିଭିଜନ ସେବା ପ୍ରଦାନକାରୀ ‘ଦୂରଦର୍ଶନ’ ୧୫ ସେପ୍ଟେମ୍ବର ୧୯୫୯ରେ ସ୍ଥାପିତ ହୋଇଥିଲା । ରାମାୟଣ, ମହାଭାରତ, ଶକ୍ତିମାନ,ଚନ୍ଦ୍ରକାନ୍ତା ଭଳି ପ୍ରତିଷ୍ଠିତ କାର୍ଯ୍ୟକ୍ରମ ଜରିଆରେ ସାରା ଭାରତର ଦର୍ଶକଙ୍କ ପାଖରେ ପହଞ୍ଚିଥିଲା ‘ଦୂରଦର୍ଶନ’ । ଦୂରଦର୍ଶନ ଆମ ପିଲାବେଳ ଗଢିଛି ଏବଂ ୮୦ ଓ ୯୦ ଦଶକର ପୌଢମାନଙ୍କର ଭବିଷ୍ୟତକୁ ଆକାର ଦେଇଛି । ନେଟିଜେଂସ ଏହି ସ୍ମୃତିକୁ ତାଜା କରିଛି । ବର୍ତ୍ତମାନର ସଂଖ୍ୟାବହୁଳ ଘରୋଇ ଟିଭି ଚ୍ୟାନେଲର ଲୋଗୋ, ପ୍ରୋଗ୍ରାମ ଭିତରେ ଆଜିବି ଦୂରଦର୍ଶନ ତାର ଅସ୍ଥିତ୍ୱ ବଜାୟ ରଖିଛି । ଚ୍ୟାନେଲ ଆଇଡିର ଏକ ସ୍ୱତନ୍ତ୍ର ପରିଚୟ ରହିଛି । କରୋନା ମହାମାରୀ ସମୟରେ ପ୍ରାୟ ସମସ୍ତ ଫିଲ୍ମ, ଟିଭି ସିରିୟଲ, ପ୍ରୋଗ୍ରାମର ସୁଟିଙ୍ଗ ବନ୍ଦ ହୋଇଯାଇଥିଲା । ଠିକ୍ ଏହି ସମୟରେ ଦୂରଦର୍ଶନ ପୁଣି ଥରେ ସମସ୍ତଙ୍କୁ ତାଙ୍କ ଅତୀତରେ ବଞ୍ଚିବାର ସୁଯୋଗ ଦେଇଥିଲା । ଅର୍ଥାତ୍ ପୁଣି ଥରେ ଦୂରଦର୍ଶନ ପରଦାରେ ଆମେ ଦେଖିବାକୁ ପାଇଥିଲୁ ରାମାୟଣ, ମହାଭାରତ, ଶକ୍ତିମାନ କାର୍ଯ୍ୟକ୍ରମ । ସତରେ ଦୂରଦର୍ଶନର କୈାଣସି ବିକଳ୍ପ ନାହିଁ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0