spot_img

ଗଞ୍ଜାମ ଜିଲ୍ଲାରେ ୧୪ଟି ଜୁଆ ଆଡ୍ଡା ଉପରେ ଚଢଉ

ବ୍ରହ୍ମପୁର: ଦଶହରାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ପୁଲିସ୍ ପକ୍ଷରୁ କେତେକ ଜୁଆ ଆଡ୍ଡା ଉପରେ ଚଢଉ କରାଯାଇଥିବାର ଖବର ମିଳିଛି। |

ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ପୁଲିସ୍ ସମଗ୍ର ଜିଲ୍ଲାର ୧୪ ଟି ଜୁଆ ଆଡ୍ଡା ଉପରେ ଚଢଉ କରି ୬୮ଜଣ ଜୁଆଡ଼ିଙ୍କଠାରୁ ନଗଦ ୧ ଲକ୍ଷ ୫୩ ହଜାର ୫୦ ଟଙ୍କା, ୪ଟି ମୋଟର ସାଇକେଲ୍ ଏବଂ ୪ଟି ମୋବାଇଲ ଜବତ କରିଥିବା ଜଣାଯାଇଛି। ୬୮ଜଣ ଜୁଆଡ଼ିଙ୍କୁ ପୁଲିସ୍ ଗିରଫ କରାଯାଇଛି। ଏନେଇ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଟୁଇଟର୍ ଯୋଗେ ସୂଚନା ଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular