କେନ୍ଦୁଝର : କେନ୍ଦୁଝରରେ ଟ୍ରେନ୍ ଧକ୍କାରେ ରେଲୱେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଢେଙ୍କିକୋଟ ପାଣ୍ଡି ଅନ୍ତର୍ଗତ ସୀତାବିଞ୍ଜ ରେଳ ଷ୍ଟେସନ ନିକଟରେ ଟ୍ରେନ୍ ଧକ୍କାରେ ରେଲୱେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଯନ୍ତ୍ରୀ ହେଲେ କେନ୍ଦୁଝର ପୁରୁଣାବଜାରର ସନ୍ତୋଷ କୁମାର ଦାସ ବୋଲି ଜଣାପଡିଛି ।
ରେଳ ଲାଇନ ତଦାରଖ କରୁଥିବା ବେଳେ ଟ୍ରାକରେ ଫସି ଯାଇଥିଲେ । ଠିକ୍ ସେହି ମସୟରେ ୨ଟି ଟ୍ରେନ୍ ସେହି ସ୍ଥାନରେ କ୍ରସ୍ କରିବା ସହ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଶରୀର ଖଣ୍ଡ ବିଖଣ୍ଡ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣା ସ୍ଥଳରେ ଢେଙ୍କିକୋଟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0