spot_img

ଭୀମସାରରେ ପୁଣି ୭ ଜଣ ନର୍ସ କରୋନା ପଜିଟିଭ୍ ଚିହ୍ନଟ

ସମ୍ବଲପୁର: ପୁଣି କୋଭିଡ ଯୋଦ୍ଧାଙ୍କୁ କରୋନା । ଭୀମସାରରେ ୭ ଜଣ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୀମସାରରେ ମୋଟ୍ ୧୬ଜଣ କରୋନା ସଂକ୍ରମିତ ହେଲେଣି । ନିକଟରେ ଭୀମସାର ଡାକ୍ତର ଓ ନର୍ସ କରୋନା ସଂକ୍ରମିତ ହୋଇଥିବାରୁ ଓପିଡି ବନ୍ଦ କରାଯାଇଥିଲା  । ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଓପିଡି ବନ୍ଦ ରହିବା ସହ ରୁଟିନ ସର୍ଜରୀ ମଧ୍ୟ ବନ୍ଦ ରହିବା ନେଇ ସୂଚନା ଦିଆଯାଇଥିଲା । କେବଳ ରେଫର ରୋଗୀଙ୍କୁ ଆଡମିସନ ଅନୁମତି ରହିଛି । ସବୁ ଷ୍ଟାଫ୍, ରୋଗୀ, ଆଟେଣ୍ଡାଣ୍ଟ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ହୋଇଛି । କେବଳ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାର ଅନୁମତି ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular