spot_img

ଆଇସକ୍ରିମ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ , ଗ୍ୟାସ୍ କମ୍ପ୍ରେସର ଫାଟି ଜଣେ ମୃତ

ବାଙ୍କୀ ୧୮।୦୭: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଥିବା ଏକ ଆଇସକ୍ରିମ ଫ୍ୟାକ୍ଟ୍ରିରେ ବଡ ଧରଣର ଅଘଟଣ ଘଟିଛି । ଫ୍ୟାକ୍ଟ୍ରିର ଗ୍ୟାସ କମ୍ପ୍ରେସର ଫାଟି ଜଣେ ପ୍ରାଣ ହରାଇଛନ୍ତି । ଏହାସହ ଆଉ ଜଣେ ଗୁରୁତର ମଧ୍ୟ ହୋଇଛନ୍ତି ।
ବାଙ୍କୀ ନୃସିଂହ ଛକ ନିକଟ ପୂଜା ଆଇସକ୍ରିମ୍ ଫ୍ୟାକ୍ଟ୍ରିରେ ଏହି ଅଘଟଣ ଘଟିଛି । ତେବେ ପ୍ରାଣ ହରାଇଥିବା ବ୍ୟକ୍ତି ହେଲେ କଳାପଥର ନିକଟ ଠଣାପଲ୍ଲୀ ଅଞ୍ଚଳର ରାଜା । ସେ ଏହି ଫ୍ୟାକ୍ଟ୍ରିରେ କାମ କରୁଥିଲେ । ସେହିପରି ଆହତ ହୋଇଥିବା ସୁଶାନ୍ତ ସାହୁଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular