spot_img

ପାଟଣାଗଡ ହତ୍ୟା ଘଟଣାରେ ୭ ଜଣଙ୍କୁ ଗିରଫ କଲା ପୋଲିସ

ପାଟଣାଗଡ: ପାଟଣାଗଡରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣା । ଏଥିରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ମୋଟ ୯ ଜଣ ଅଭିଯୁକ୍ତ ଏଥିରେ ସମ୍ପୃକ୍ତ ଥିବା ସୂଚନା ମିଳିଛି । ୨ ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି ରହିଛନ୍ତି । ଗିରଫ ଅଭିଯୁକ୍ତମାନଙ୍କଠାରୁ ଟାଙ୍ଗିଆ, ଫାର୍ସା, ରଡ ଜବତ କରାଯାଇଛି ।
ନଭେମ୍ବର ୧୧ ତାରିଖରେ ପାଟଣାଗଡରେ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ମିଳିଥିଲା । ଏମାନଙ୍କ ମଧ୍ୟରେ ୪ ନାବାଳକ ଥିଲେ । କମ୍ବଳ ଘୋଡା ଅବସ୍ଥାରେ ଘରର ସବୁ ସଦସ୍ୟ ପଡିଥିଲେ । କମ୍ବଳରେ ରକ୍ତ ଛିଟା ଲାଗିଥିଲା । ତେବେ ପ୍ରଥମରୁ ହିଁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା । ପରେ ବଲାଙ୍ଗୀର ପୁଲିସ ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular