ଜଳେଶ୍ୱର: ପୁଣି ଜଳେଶ୍ୱରରୁ ଜବତ ହେଲା ଧଳା ଜହର। ଏହି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମିର୍ ସିଦ୍ଧିକ। ଜଳେଶ୍ୱର ସହରରେ ଧଳା ଜହର କାରବାର ହେଉଥିବା ଅଭିଯୋଗ ହୋଇଛି। କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ଥାନା ପୁଲିସ ପଥରପୁରା ଗାଁରେ ଚଢ଼ଉ କରି ମିର୍ ସିଦ୍ଧିକ ଗିରଫ କରିବା ସହିତ ତା’ଠାରୁ ୬୮ ଗ୍ରାମ ଧଳା ଜହର ଓ ନଗଦ ୨ ଲକ୍ଷ ୨୨ହଜାର ୩ ଶହ ଟଙ୍କା ଜବତ କରିଛି। ଜବତ ହୋଇଥିବା ବ୍ରାଉନ୍ସୁଗାର ମୂଲ୍ୟ ଆନୁମାନିକ ୬ଲକ୍ଷ ୮୦ ହଜାରରୁ ଅଧିକ ହେ ।ପଡ଼ୋଶୀ ପଶ୍ଚିମବଙ୍ଗରୁ ଧଳା ଜହର ଆସୁଥିବା ଅଭିଯୋଗ ହୋଇଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0