spot_img

ଆନ୍ଦୋଳନ ଯୋଗୁଁ ୭୦ ହଜାର କୋଟି କ୍ଷତି

କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଏହାଯୋଗୁ୨୦୨୦-୨୧ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୭୦ ହଜାର କୋଟି ଟଙ୍କା କ୍ଷତି ହୋଇଛି । ପିଏଚଡ଼ି ଚ୍ୟାମ୍ବର ଅଫ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ କୁହାଯାଇଛି । ଉଦ୍ୟୋଗ ମଣ୍ଡଳ ଅଧ୍ୟକ୍ଷ ସଞ୍ଜୟ ଅଗ୍ରୱାଲଙ୍କ ଅନୁସାରେ ଆନ୍ଦୋଳନଯୋଗୁ ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀରେ ଉତ୍ପାଦନ ଏବଂ ପରିବହନ ସେବା ବାଧାପ୍ରାପ୍ତ ଯୋଗୁ ଏଭଳି ଆର୍ଥିକ ସଙ୍କଟ ଦେଖାଦେଇଛି । ସେହିପରି ହିମାଚଳପ୍ରଦେଶ, ଜମ୍ମୁ- କାଶ୍ମୀର,ମଧ୍ୟପ୍ରଦେଶ,ଗୁଜରାଟ, ମହାରାଷ୍ଟ୍ର ଏବଂ ଅନ୍ୟ ଅଞ୍ଚଳକୁ ମଧ୍ୟ ସାମଗ୍ରୀ ପରିବହନ ହୋଇପାରୁନାହିଁ । ଯେଉଁଥିପାଇଁ ଦିଲ୍ଲୀରେ ଇତିମଧ୍ୟରେ ୨୭ ହଜାର କୋଟି ଟଙ୍କାର କ୍ଷତି ହୋଇଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular