ପୁରୀ : ଶ୍ରୀକ୍ଷେତ୍ରରେ ପର୍ୟ୍ୟଟକଙ୍କ ସୁରକ୍ଷା ପାଇଁ ଜାରି ହେଲା ୨୪ ଘଣ୍ଟିଆ ଟୁରିଷ୍ଟ ହେଲପ ଲାଇନ। ପୁରୀ ପୁଲିସ ପକ୍ଷରୁ ଏହି ହେଲପ ଲାଇନ ନମ୍ୱର ଜାରି କରାଯାଇଛି। ୬୩୭୦୯୬୭୧୦୦ ନମ୍ୱରରେ କୌଣସି ପର୍ୟ୍ୟଟକ ଫୋନ କଲେ ସଙ୍ଗେ ସଙ୍ଗେ ସହାୟତା ଯୋଗାଇ ଦିଆଯିବ। ପଶ୍ଚିମବଙ୍ଗରୁ କେତେକ ପର୍ୟ୍ୟଟକ ଫେବ୍ରୁଆରୀ ୧ ତାରିଖରେ ପୁରୀକୁ ବୁଲିବାକୁ ଆସିଥିଲେ। ଏହି ସମୟରେ ଜଣେ ବସ ଚାଳକ ପର୍ୟ୍ୟଟକଙ୍କୁ ମାଡ଼ ମାରିଥିଲା। ଏନେଇ ପୁରୀ ସି-ବିଚ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଡ୍ରାଇଭରକୁ ଗିରଫ କରିଥିଲା। ଏହା ପରେ ପୁରୀ ପୁଲିସ ପକ୍ଷରୁ ଟୁରିଷ୍ଟ ହେଲପଲାଇନ ନମ୍ୱର ଜାରି କରାଯାଇଛି। ଏହି ନମ୍ୱର ସମସ୍ତ ଟୁରିଷ୍ଟ ବସ ଓ ଯାତ୍ରୀବାହୀ ବସରେ ଲେଖାଯିବ। ପର୍ୟ୍ୟଟକମାନେ କୌଣସି ସମସ୍ୟାରେ ପଡିଲେ, ସେହି ହେଲପ ଲାଇନ ନମ୍ୱରରେ ଫୋନ କଲେ ତୁରନ୍ତ ସହଯୋଗ ଯୋଗାଇଦେବ ପୁରୀ ପୁଲିସ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0