spot_img

୭୦ ହଜାର ନିଯୁକ୍ତି ଦେବ ଫ୍ଲିପକାର୍ଟ

ବେଙ୍ଗାଲୁରୁ: ଦେଶରେ କରୋନା ଭଳି ମହାମାରି ସମୟରେ ଅନେକ ବେକାରୀ ସମସ୍ୟା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଆଗାମୀ ପାର୍ବଣ ବେଳକୁ ଦେଶର ୭୦ ହଜାର ରୋଜଗାର ସିଧାସଳଖ ଓ ପରୋକ୍ଷରେ ଲକ୍ଷାଧିକ ସଂଖ୍ୟାରେ ରୋଜଗାର ସୃଷ୍ଟି କରିବ ୱାଲମାର୍ଟ ମାଲିକାନାରେ ଥିବା ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ । ଏନେଇ ଫ୍ଲିପକାର୍ଟ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଚାକିରୀ ବ୍ୟତୀତ ଡ଼େଲିଭରି ବୟ, ପିକର, ପ୍ୟାକର ଏବଂ ମାଲପରିବହନ କ୍ଷେତ୍ରରେ ଅନେକ ନିଯୁକ୍ତି ଦେବାର ଯୋଜନା କରୁଛି ଫ୍ଲିପକାର୍ଟ । ଏହା ସହିତ ଅନେକ ଇ-କମର୍ସ କମ୍ପାନୀ ଆମାଜନ, ରିଲାଏନ୍ସ ଜିଓ ମାର୍ଟ ଆଦି ଅନେକ ନିଯୁକ୍ତି ସୃଷ୍ଟି କରିବେ ବୋଲି ଘୋଷଣା ମଧ୍ୟ କରିଛନ୍ତି । ସୂଚନାଯୋଗ୍ୟ, ରିଲାଏନ୍ସ ଚଳିତ ବର୍ଷ ଜିଓ ମାର୍ଟକୁ ବଜାରକୁ ଆଣିଛି । ସେହିପରି ଭାବେ ବଜାରରେ ଅଗ୍ରଣୀ ସ୍ଥାନରେ ରହିଥିବା ଇ-କମର୍ସ କମ୍ପାନୀ ଆମାଜନ ମଧ୍ୟ କରୋନା ଭଳି ମହାମାରୀ ସମୟରେ ଦେଶରେ ବଢିଥିବା ବେକାରୀ ସମସ୍ୟାରେ ରୋଜଗାରର ଆଶା ଯୋଗାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular