spot_img

ରାଜଧାନୀରେ ହତ୍ୟା ଅଭିଯୁକ୍ତଙ୍କ ଶୋଭାଯାତ୍ରା ଘଟଣାରେ ଆଉ ୫ ଗିରଫ

ଭୁବନେଶ୍ୱର: ରାଜଧାନୀ ସୁନ୍ଦରପଦା ଅମରେଶ ନାୟକ ହତ୍ୟା ଅଭିଯୁକ୍ତଙ୍କ ଶୋଭାଯାତ୍ରା ଘଟଣାରେ ଆଉ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍ । ହତ୍ୟା ମାମଲାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟରୁ ଜାମିନ ମିଳିବା ପରେ ସେମାନେ ଶୋଭାଯାତ୍ରାରେ ବାହାରିଥିଲେ । ଏହାର ଏକ ଭିଡିଓ ଗତକାଲି ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି କମିଶନରେଟ୍ ପୁଲିସ୍ । ଗତକାଲି ୪ ଜଣଙ୍କୁ ଗିରଫ କରିଯାଇଥିଲା । ଏ ଘଟଣା ନେଇ ଗଣମାଧ୍ୟମକୁ ଅପିଲ କରିଛନ୍ତି ଡିସିପି ଉମାଶଙ୍କର ଦାଶ । ମହିଳା କମିଶନକୁ ଦିଆଯାଇଥିବା ଅଡିଓ କ୍ଲିପ୍ ପ୍ରସାରଣ ପରେ କିଛି ଗଣମାଧ୍ୟମରେ ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହା ଏକ ସମ୍ବେଦନଶୀଳ ମାମଲା । ଏସବୁ ବାହାରେ ବୁଲିବା ଉଚିତ୍ ନୁହେଁ । ଏହି ସବୁ ସମ୍ବେଦନଶୀଳ ମାମଲାକୁ ଠିକ୍ ଭାବେ ଡିଲ୍ କରାଯିବା ଉଚିତ୍ ବୋଲି କହିଛନ୍ତି ଡିସିପି ।
ସୂଚନାମୁତାବକ, ଗୁରୁବାର ଦିନ ଜାମିନରେ ଅଭିଯୁକ୍ତମାନେ ମୁକୁଳିବା ପରେ ସେମାନଙ୍କୁ ଶହ ଶହ ଲୋକଙ୍କ ଭିତରେ ଶୋଭାଯାତ୍ରା କରି ପାଛୋଟି ଅଣାଯାଇଥିଲା । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏପରିକି ମୃତ ଅମରେଶଙ୍କ ମାଆ କହିଥିଲେ, ଅଭିଯୁକ୍ତମାନେ ଜେଲରୁ ମୁକୁଳିବା ପରେ ତାଙ୍କ ଡର ବଢିଯାଇଛି । ଏପରିକି ସେମାନଙ୍କୁ ଅଜଣା ନମ୍ବରରୁ ଧମକ ମିଳୁଛି ଏବଂ ସେମାନେ ଭୟରେ ଘର ଛାଡି ଗାଁକୁ ପଳାଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular