ଖୋର୍ଦ୍ଧା:ବାଣପୁର ଥାନା ଅନ୍ତର୍ଗତ ବାଲୁଗାଁ ବାଇପାସ୍ ଓଭର ବ୍ରିଜ୍ ଉପରେ କ୍ଷୀର ବୋଝେଇ କଣ୍ଟେନର ଯୁବକକୁ ଧକ୍କା ଦେଇଥିଲା । ସୂଚନା ଅନୁଯାୟୀ ଜଣେ ଯୁବକ ବାଇପାସ୍ ଓଭର ବ୍ରିଜ୍ ରେ ବସରେ ଲୋକମାନଙ୍କ ଲଗେଜ ବ୍ୟାଗ ଭର୍ତ୍ତି କରୁଥିବା ସମୟରେ ଭୁବନେଶ୍ୱର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କ୍ଷୀର ବୋଝେଇ କଣ୍ଟେନର ଯୁବକଙ୍କୁ ଧକ୍କା ଦେଇଥିଲା ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଯୁବକ ଜଣଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଆହାତ ଯୁବକ ଜଣକ ହେଲେ ବାଣପୁର ଥାନା ଅନ୍ତର୍ଗତ ଦିକ୍ଷୀତ ପଡା ଗାଁର ସଧୀଆ ରଣସିଂ ବୋଲି ଜଣାପଡିଛି। ଏନେଇ ପୋଲିସ କଣ୍ଟେନର ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0