ନୂଆଦିଲ୍ଲୀ: ଚଳିତ ବର୍ଷର ଶେଷ ‘ମନ୍ କି ବାତ୍’ ରେ ଦେଶବାସୀଙ୍କୁ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ବିଦାୟୀ ବର୍ଷ ବହୁ କିଛି ଦେଖାଇଛି ଏବଂ ଶିଖାଇଛି । କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଘୋଷଣା କରାଯାଇଥିବା ଲକଡାଉନ ସମୟରେ ଦେଶବାସୀ ଏକଜୁଟ ହୋଇ ମହାମାରୀ ବିରୋଧରେ ଲଢେଇ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏହି ସମୟରେ ଦେଶର ନୂଆ ସାମର୍ଥ୍ୟ ସୃଷ୍ଟି ହୋଇଛି । ଆମେ ତାକୁ ଆତ୍ମନିର୍ଭର ଭାରତ ଭାବେ ନାମିତ କରିଛେ । ଇତି ମଧ୍ୟରେ ଏହା ଯୋଗୁ ଦେଶରେ ସ୍ୱଦେଶୀ ଖେଳନାର ଚାହିଦା ବଢିଛି । ଭାରତ ଗ୍ଲୋବାଲ୍ ବେଷ୍ଟ ଅନ୍ତର୍ଗତ ବିଶ୍ୱସ୍ତରୀୟ ସ୍ୱଦେଶୀ ଉତ୍ପାଦ ପ୍ରସ୍ତୁତି କରିବାକୁ ସକ୍ଷମ ହୋଇ ପାରିଛି ବୋଲି ମୋଦି ୭୨ ତମ ମନ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ରବିବାର କହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0