ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତର ଚମକ୍ରାର ପ୍ରଦର୍ଶନ ପରେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହବାଗ ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ ପ୍ରଶଂସା କରିଛନ୍ତି । ତେବେ ରାହାନେଙ୍କ ଜବରଦସ୍ତ ବୋଲିଂଚେଞ୍ଜ ଓ ସ୍ମାର୍ଟ ଫଲ୍ଡିଂ ପୋଜିଶନ ଯୋଗୁଁ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳକୁ ୨୦୦ ମଧ୍ୟରେ ରୋକିପାରିଛି ଟିମ ଇଣ୍ଡିଆ । ଏହା ପଛରେ ବୋଲରଙ୍କ ମୁଖ୍ୟ ଭୂମିକା ଥିଲା । ଯଶପ୍ରୀତ ବୁମରା ୪ଟି ୱିକେଟ ନେଇଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନ ୩ଟି ଗୁରୁତ୍ୱପୂର୍ଣ୍ଣ ସଫଳତା ହାତେଇଥିଲେ । ଅନ୍ୟପଟେ ପଦାର୍ପଣକାରୀ ମହମ୍ମଦ ସିରାଜ ନେଇଥିଲେ ୨ଟି ୱିକେଟ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0