spot_img

ମୋଦିଙ୍କ ୭୫ ତମ ମନ କି ବାତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜର ମାସିକ କାର୍ୟ୍ୟକ୍ରମ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । କାର୍ୟ୍ୟକ୍ରମରେ ସେ ଜନତାଙ୍କୁ ହୋଲି ଶୁଭେଚ୍ଛା ଜଣାଇବା ସହ କରୋନା ଗାଇଡଲାଇନ ପାଳନ ପାଇଁ ମଧ୍ୟ କହିଛନ୍ତି । ଏହାସହ କରୋନାରୁ ବର୍ତ୍ତିବା ପାଇଁ ଉଭୟ କଟକଣା, ଔଷଧ ଓ ଟିକା ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।ମୋଦୀ କହିଛନ୍ତି ଯେ, ଏହା ହେଉଛି ମନ୍ କି ବାତର ୭୫ ତମ ସଂସ୍କରଣ । ଜନତା ଏଥିରେ ଯୋଡି ହୋଇ ରହିଥିବାରୁ ଧନ୍ୟବାଦ । ଗତବର୍ଷ ମାର୍ଚ୍ଚରେ ଜନତା କର୍ଫ୍ୟୁ ଲାଗୁ ହୋଇଥିଲା । ଲକଡାଉନ ହୋଇଥିଲା ।କରୋନା ଯୋଦ୍ଧାମାନେ ନ ଥକି କରୋନା ଭାଇରସର ମୁକାବିଲା କରିଥିଲେ ।ସେ ଆହୁରି କହିଥିଲେ ଯେ, ଦେଶର ମହିଳାମାନେ ଅନେକ ଗୌରବ ହାସଲ କରିଛନ୍ତି । ଅନେକ ମେଡାଲ ଓ ରେକର୍ଡ ନିଜ ନାମରେ କରିଛନ୍ତି । ଏହାସହ ମୋଦୀ ତାମିଲ ଭାଷାକୁ ପ୍ରଶଂସା କରିଛନ୍ତି । ତାମିଲ ଶିଖି ନପାରିଥିବାରୁ ତାଙ୍କୁ ଦୁଃଖ ଲାଗିଥିବା ସେ କହିଛନ୍ତି । ଏତତ ବ୍ୟତୀତ କରୋନା କଟକଣା ମାନିବା ସହ ସମସ୍ତଙ୍କୁ ଓ୍ୱାରିଅର ହେବାକୁ ପଡିବ ଓ୍ୱରିଅର ନୁହେଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular