ଆଜି ବଲିଉଡ଼ର ରୋମାଣ୍ଟିକ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଜନ୍ମଦିନ । ସେ ଆଜି ନିଜର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୭୫ ମସିହା ଆଜିର ଦିନରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ । ଲେଜେଣ୍ଡାରୀ ଆକ୍ଟର ତଥା ୮୦ ଦଶକର ସୁପରଷ୍ଟାର ବିନୋଦ ଖାନ୍ନାଙ୍କ ପୁଅ ହେଉଛନ୍ତି ଅକ୍ଷୟ ଖାନ୍ନା । ୧୯୯୭ରେ ଫିଲ୍ମ ‘ ହିମାଳୟ ପୁତ୍ର ରୁ’ ନିଜର କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଫିଲ୍ମ ‘ତାଲ’ ତାଙ୍କ କ୍ୟାରିୟରରେ ଆଣିଥିଲା ସଫଳତା । ତାଙ୍କର ପରବର୍ତ୍ତି ଫିଲ୍ମ ଥିଲା ‘ବଡ଼ୋର’ ଯାହା ବ୍ୟବସାୟିକ ସଫଳତା ହାସଲ କରିଥିଲା । ଯେଉଁଥି ପାଇଁ ସେ ଫିଲ୍ମ ଫେୟାର ଶ୍ରେଷ୍ଠ ଡ଼େବୁ୍ୟ ଆୱାଡ଼ ଏବଂ ଶ୍ରେଷ୍ଠ ସହାୟକ ଅଭିନେତାର ଭାବେ ମୋନନିତ ହୋଇଥିଲେ ।ଏହା ପରଠୁ ଆଉ ପଛକୁ ଫେରି ଚାହିଁ ନଥିଲେ ଅକ୍ଷୟ ଖାନ୍ନା । ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଆଗକୁ ସେ ଦେଇଚାଲିଥିଲେ । ତେବେ ଅକ୍ଷୟ ଖାନ୍ନାଙ୍କ ଜନ୍ମଦିନ ଅବସରରେ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବଲିଉଡ଼ର ଅନେକ କଳାକାର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0