ଭୁବନେଶ୍ୱର : କଟକ କମିସନରେଟ୍ ପୁଲିସରେ ଏବେ ୩ଟି ଡିଏସପି ପଦବି ଖାଲି ପଡ଼ିଛି । ଅନ୍ୟପଟେ ଆଜି କମିସନରେଟ ପୁଲିସର ୮ ଜଣ ଇନସ୍ପେକ୍ଟରଙ୍କୁ ଡିଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏମାନଙ୍କ ମଧ୍ୟରୁ କିଏ କଟକ କମିସନରେଟରେ ରହିବେ ଓ କେଉଁ ଅଫିସର ବାହାରକୁ ଯିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, କଟକ କମିସନରେଟ ପୁଲିସର ସ୍ପେଶାଲ ସ୍କ୍ବାଡ ଇନସପେକ୍ଟର ଅଜୟ ଦାସ, କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଇମନ କଲ୍ୟାଣ ନାୟକ, ପୁରୀଘାଟ ଆଇଆଇସି ରଶ୍ମି ରଞ୍ଜନ ସାହୁ, ବିଡାନାସୀ ଆଇଆଇସି ଲକ୍ଷ୍ମୀନାରାୟଣ ତିଵାରି, ଲାଲବାଗ ଥାନା ଆଇଆଇସି ଆଶୁତୋଷ ମିଶ୍ର, କନ୍ଦରପୁର ଆଇଆଇସି ସତ୍ୟଜିତ ଦାସ ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ତେବେ କଟକ ଡିସିପି ଅଫିସର ଅପରାଧ ବିଭାଗର ଏସିପି ଯତୀନ ପଣ୍ତା ଓ ଏଚଆରପିସି ଏସିପି ସୁଯୋଗ୍ୟ ମିଶ୍ର ଗଲା ଏକ ମାସ ହେବ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇ ଯାଇଛନ୍ତି। ସେହିପରି ଜୋନ ୩ ଏସିପି ପ୍ରଫୁଲ୍ଲ କୁମାର ବଡ଼ଜେନା ମଧ୍ୟ ଗଲା ୧୫ ଦିନ ହେବ ବଦଳି ହୋଇ ଯାଇଛନ୍ତି। ଏହି ତିନୋଟି ଡିଏସପି ପଦବି କଟକ କମିସନରେଟ୍ରେ ଖାଲି ପଡ଼ିଥିବାରୁ ଆଜି ପଦୋନ୍ନତି ପାଇଥିବା ୮ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ସେମାନଙ୍କ ସ୍ଥାନରେ ନିଯୁକ୍ତ କରିବାର ଯୋଜନା ରହିଛି। ଅନ୍ୟପଟେ ଆଜି ଡିଏସ୍ପି ପଦବିକୁ ୮ ଜଣ ଇନସ୍ପେକ୍ଟର ପଦୋନ୍ନତି ପାଇବା ପରେ ସହରରେ ୮ଟି ଥାନାର ଇନସ୍ପେକ୍ଟର ପଦବି ଖାଲି ପଡ଼ିବାକୁ ଯାଉଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0