ଭୁବନେଶ୍ୱର : ପର୍ୟ୍ୟଟକଙ୍କ ପାଇଁ ଆଉ ଏକ ଖୁସି ଖବର। ଫେବ୍ରୁଆରି ୨ ତାରିଖରୁ ଖୋଲିବ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍। ସେହିପରି ବୁର୍ଲା ପ୍ଲାନେଟାରିୟମ ଓ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ମଧ୍ୟ ଖୋଲିବ। କରୋନା କଟକଣା ଭିତରେ ସାମାଜିକ ଦୂରତା ରକ୍ଷା କରି ଏହି ସବୁ ପ୍ଲାନେଟାରିୟମ ଆଗ ଭଳି ସୋମବାର ବ୍ୟତୀତ ଅନ୍ୟ ସବୁ ଦିନ ଖୋଲା ରହିବ। ପ୍ଲାନେଟାରିୟମ ପରିସରରେ ମାସ୍କ ପିନ୍ଧିବା ଓ ହାତ ସାନିଟାଇଜ କରିବା ବାଧ୍ୟତାମୂଳକ କରାଯାଇଛି।ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ବର୍ତ୍ତମାନ ପ୍ରାଥମିକ ପର୍ୟ୍ୟାୟରେ ପ୍ଲାନେଟାରିୟମ ଭିତରର ପ୍ରତିଟି ସୋ’ ପାଇଁ ଆମେ ୫୦ଜଣଙ୍କୁ ହିଁ ଅନୁମତି ଦେବୁ। ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମରେ ପ୍ରତି ସୋ’ ପାଇଁ ୧୭୦ଟି ଲେଖାଏଁ ସିଟ ରହିଥିବା ବେଳେ ବୁର୍ଲା ପ୍ଲାନେଟାରିୟମରେ ୧୪୦ଟି ସିଟ ରହିଛି। କିନ୍ତୁ ଏବେ ଉଭୟ ପ୍ଲାନେଟାରିୟମର ସୋ’ ପାଇଁ ମାତ୍ର ୫୦ଜଣଙ୍କୁ ହିଁ ଅନୁମତି ଦିଆଯିବ। ସୋ’ ହଲକୁ ନିୟମିତ ବ୍ୟବଧାନରେ ବିଶୋଧିତ କରାଯିବ। ୨ଟି ସୋ’ ମଧ୍ୟରେ ସମୟ ଅବଧିକୁ ଏବେ ବଢ଼ାଇ ଦିଆଯାଇଛି। ଫଳରେ ହଲକୁ ଭଲ ଭାବେ ବିଶୋଧିତ କରାଯାଇପାରିବ। ଏଥିସହ ପରବର୍ତୀ ଓ ପଛ ସିଟକୁ ଛାଡ଼ି ଦର୍ଶକଙ୍କର ବସିବାର ବ୍ୟବସ୍ଥା ହୋଇଛି।



Visitors Today : 0
Total Visitors : 130433
Total Views : 9891964
Visitors Online Now : 0