ନୁୂଆଦିଲ୍ଲୀ: ରାଜ୍ୟସଭାର ସଭାପତି ଭେଙ୍କୟା ନାଇଡ଼ୁ ସୋମବାର ଦିନ କହିଛନ୍ତି, ଉପ ରାଷ୍ଟ୍ରପତିଙ୍କ ବିରୋଧରେ ବିରେଧି ଦଳର ସାଂସଦମାନେ ଆଣିଥିବା ଅବିଶ୍ୱାସ ପ୍ରସ୍ତାବ ନିୟମାନୁସାରେ ଠିକ ନୁହେଁ । ଏହା ପରେ ଏହି ପ୍ରସ୍ତାବକୁ ସେ ଖାରଜ କରିଦେଇଛନ୍ତି । ରବିବାର ଦିନ ରାଜ୍ୟସଭାରେ କୃଷି ସଂଶୋଧନ ବିଲ ପାରି ହେବା ପରେ ବିରୋଧି ସାଂସଦ ଉପସଭାପତି ହରିବଂଶ ନାରାୟଣ ସିଂହଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଅଣାଯାଇଥିଲା, ଯାହାକୁ ସୋମବାର ଦିନ ସଭାପତି ଖାରଜ କରିଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ରବିବାର ଦିନ କୃଷି ବିଧେୟକ ଉପରେ ଚର୍ଚ୍ଚା ହେବା ସମୟରେ ବହୁ ଜୋରରେ ହଙ୍ଗାମା ହୋଇଥିଲା । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ଉତ୍ତରରେ ଅସନ୍ତୁଷ୍ଟ କଂଗ୍ରେସ ଓ ଆମ ଆଦମୀ ପାର୍ଟିର ସାଂସଦ ବେଲ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ । ରାଜ୍ୟସଭାରେ କୃଷି ବିଲକୁ ବିରୋଧ କରି ବିରୋଧି ସାଂସଦ ଗୃହ ମଧ୍ୟରେ ହଟ୍ଟଗୋଳ କରିବା ସହ ଉପରାଷ୍ଟ୍ରପତିଙ୍କ ମାଇକ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0