କଲିକତା: ହିନ୍ଦୁ ପୂଜାରୀ ମାନଙ୍କ ପାଇଁ ନୂଆ ଯୋଜନା ଆଣିଛନ୍ତି ପଶ୍ଚିମବଙ୍ଗ ସରକାର । ପଶ୍ଚିମବଙ୍ଗ ସରକାର ରାଜ୍ୟରେ ବସବାସ କରୁଥିବା ୮ ହଜାରରୁ ଉର୍ଦ୍ଧ ହିନ୍ଦୁ ପୂଜାରୀଙ୍କୁ ମାଗଣା ଘର ସହିତ ମାସକୁ ୧ ହଜାର ଟଙ୍କା ପ୍ରଦାନ କରିବେ । ରାଜ୍ୟରେ ହେବାକୁ ଥିବା ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ମମତା ସରକାର ଏପରି ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ଯୋଜନା ଆଗାମୀ ବର୍ଷ ଏପ୍ରିଲ,ମେ ମାସରେ ଲାଗୁ କରାଯିବ ବୋଲି ସୂଚନା ମିଳିଛି ।
ମମତା ସରକାରଙ୍କ ଏପରି ଘୋଷଣାକୁ ବିରୋଧି ‘ନିର୍ବାଚନ ନୋଟଙ୍କି’ ବୋଲି କହିଛନ୍ତି । ପୂର୍ବରୁ ସେ ସନାତନ ବ୍ରାହ୍ମଣ ସଂପ୍ରଦାୟଙ୍କୁ କୋଲଘାଟରେ ଗୋଟିଏ ଅକାଦେମୀ ସ୍ଥାପନ କରିବା ପାଇଁ ଜମି ଦେଇଥିଲେ। ଏ ସମ୍ପ୍ରଦାୟର ଅନେକ ଲୋକ ଆର୍ଥିକ ଭାବେ ପଛୁଆ। ସେଥିପାଇଁ ସେମାନଙ୍କୁ ମାଗଣାରେ ଘର ଓ ମାସକୁ ୮ ହଜାର ଟଙ୍କା ଦେବା ଫଇସଲା କରିଥିବା କହିଛନ୍ତି ମମତା।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0