spot_img

୮୧ ଜଣ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡା : ବାହାର ରାଜ୍ୟକୁ ଚାଲାଣ ବେଳେ ଦାଦନ ଶ୍ରମିକ ଉଦ୍ଧାର । ନୂଆପଡ଼ା ଜିଲ୍ଲା ଖଡିଆଳ ବୁଦ୍ଧି ଡଙ୍ଗର ନିକଟସ୍ଥ ଏକ ଢାବାରୁ ୮୧ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୨ଜଣ ନାବାଳକ ଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରିଛି ନୂଆପଡ଼ା ଖଡିଆଳ ପୋଲିସ ।

ଖବର ଅନୁଯାୟୀ,  ରବିବାର ବିଳମ୍ବିତ ରାତିରେ କୌଣସି ସୁତ୍ର ରୁ ଖବର ପାଇ ଖଡ଼ିଆଳ ପୋଲିସ ବୁଦ୍ଧିଆ ଡଙ୍ଗର ନିକଟସ୍ଥ ଏକ ଢ଼ାବା ଉପରେ ଚଢାଉ କରିଥିଲା । ତେଲେଙ୍ଗାନାକୁ ଚାଲାଣ କରିବା ପାଇଁ ବୋଡେନ ଥାନା କୁଲିଙ୍ଗାମାଲ,ଲର୍କ୍କା,ବରଗାଁ ଅଞ୍ଚଳରୁ ଶ୍ରମିକଙ୍କୁ ଆଣି ଢାବା ପଛପଟେ ଏକ ଟେଣ୍ଡ କରି ରଖାଯାଇଥିଲା । ଘଟଣାସ୍ଥଳରୁ ଦଲାଲ ଫେରାର ହୋଇଯାଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।  ଖଡ଼ିଆଳ ଏସ୍‌ଡିପିଓ ସନ୍ତକ ଜେନାଙ୍କ ଉପସ୍ଥିତିରେ ଉଦ୍ଧାର ସମସ୍ତ ଶ୍ରମିକଙ୍କୁ ସ୍ବତନ୍ତ୍ର ବସ ଯୋଗେ ତାଙ୍କ ଘରକୁ ପଠାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular