ଗୌହାଟି: ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ ବଢ଼ାଇବାକୁ ଆସାମ ସରକାରଙ୍କ ଅଭିନବ ଯୋଜନା। ସରକାର ପ୍ରତିଦିନ ସ୍କୁଲ ଆସୁଥିବା ପ୍ରତ୍ୟେକ ବାଳିକାକୁ ୧୦୦ ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଛନ୍ତି। ଏହି ଘୋଷଣା ଆସାମର ଶିକ୍ଷାମନ୍ତ୍ରୀ ହିମାନ୍ତ ବିସ୍ୱ ଶର୍ମା କରିଛନ୍ତି। ସେ କହିଛନ୍ତି ଯେ ସରକାର ପ୍ରତିଦିନ ସ୍କୁଲ ଆସୁଥିବା ସମସ୍ତ ଛାତ୍ରୀଙ୍କୁ ଦିନକୁ ୧୦୦ ଟଙ୍କା ଲେଖାଏଁ ଦେବେ। ମନ୍ତ୍ରୀ ଆହୁରି କହିଛନ୍ତି ଯେ ଯୁକ୍ତ ତିନି ଓ ମାଷ୍ଟଡିଗ୍ରୀ କରୁଥିବା ପ୍ରତ୍ୟେକ ଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ଜାନୁଆରୀ ଶେଷ ସୁଦ୍ଧା ୧୫ଶହ ରୁ ୨ ହଜାର ଟଙ୍କା ପଠାଇବେ। ଏହି ଟଙ୍କାରେ ପିଲାମାନେ ବହି କିଣିପାରିବେ। ମନ୍ତ୍ରୀ କହିଛନ୍ତି, ‘ଆମେ ଗତ ବର୍ଷ ଏହି ଯୋଜନା ପ୍ରସ୍ତୁତ କରିଥିଲୁ। ଏହି ଯୋଜନା ଅଧୀନରେ, ସ୍କୁଲ ଏବଂ କଲେଜ ଯାଉଥିବା ଛାତ୍ରୀମାନେ ଉପକୃତ ହେବେ। ଏହି ଯୋଜନା ଦ୍ୱାରା ସେମାନଙ୍କର ଡ୍ରପଆଉଟ ସଂଖ୍ୟା ହ୍ରାସ ହୋଇପାରିବ। କିନ୍ତୁ ମହାମାରୀ କରୋନା ଯୋଗୁଁ ଏହି ଯୋଜନା କାର୍ୟ୍ୟକାରୀ ହୋଇପାରିନଥିଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0