ଭୁବନେଶ୍ୱର: ଭୁବନେଶ୍ୱର ଝାରପଡା କେନାଲ ରୋଡରେ ଗଞ୍ଜେଇ ବିକ୍ରୀ ଅଭିଯୋଗରେ କମିସନରେଟ୍ ପୋଲିସ ଦ୍ୱାରା ୪ ଜଣଙ୍କୁ ଗିରଫ କରାଯାଇଛି। ଖବର ଅନୁଯାୟୀ, କମିସନରେଟ୍ ପୋଲିସ୍ ଏବଂ ଲକ୍ଷ୍ମୀସାଗର ପୋଲିସର କୁଇକ୍ ଆକ୍ସନ୍ ଟିମ୍ ଆଜି ଏକ ସ୍ଥାନରେ ମିଳିତ ଚଢାଉ କରିଥିଲେ । ଚଢାଉ ସମୟରେ ଚାରି ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ଝାରପଡା ମୁସଲିମ ସାହିର ଏସ୍.କେ ବସିର (୨୫), ସାଗିର ଖାନ୍ (୨୫), ମନିର୍ ଖାନ୍ (୨୬) ଏବଂ ଏସ୍.କେ ସବୀର ୨୭) ବୋଲି ଜଣାପଡିଛି। ପୋଲିସ ସେମାନଙ୍କ ନିକଟରୁ ୮୩ କିଲୋଗ୍ରାମ ଗଞ୍ଜେଇ, ଦୁଇଟି ମୋଟରସାଇକେଲ, ତିନୋଟି ମୋବାଇଲ୍ ଫୋନ୍ ଜବତ କରିଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0