spot_img

ବିବାହ ପାଇଁ ଆସାମ ସରକାର ଆଣିଲେ ନୂଆ ନିୟମ

ଗୁଆହାଟୀ: ବିବାହ ପାଇଁ ଆସାମ ସରକାର ଆଣିଲେ ନୂଆ ନିୟମ । ନୂତନ ନିୟମାନୁସାରେ, କନ୍ୟା-ବର ନିଜ ନିଜର ଧର୍ମ ସହ ଆୟ, ବ୍ୟବସାୟ ଆଦି ସମ୍ପର୍କରେ ସୂଚନା ଦେବାକୁ ପଡିବ । ଲଭ- ଜିହାଦ୍ ଭଳି ଘଟଣାଠାରୁ ଦୂରେଇବାକୁ କିଛି ରାଜ୍ୟରେ ଏ ସମ୍ପର୍କରେ ଆଣିଥିବା ଆଇନ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ବିବାହ କରିବାକୁ ଇଚ୍ଛୁକ ସେମାନଙ୍କୁ ଏକ ମାସ ଆଗରୁ ଧର୍ମ ସହ ଆହୁରି ଅନେକ ତଥ୍ୟ ଦେବାକୁ ପଡିବ । ତେବେ ମହିଳାଙ୍କୁ ସଶକ୍ତ କରିବାକୁ ଏହି ନିୟମ ଲାଗୁ କରାଯାଇଥିବା କୁହାଯାଇଛି । ଆସାମର ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ଲାଗୁ ଆଇନ ଭଳି ଏହା ନୁହେଁ । ବିବାହ ଆଇନ ବିଶେଷ କରି ମହିଳାଙ୍କୁ ଧ୍ୟାନରେ ରଖି ଲାଗୁ କରାଯିବ । ତେବେ ଏହା ଦମ୍ପତିଙ୍କ ମଧ୍ୟରେ ପାରଦର୍ଶିତା ଆଣିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular