ଯାଜପୁର : ଯାଜପୁର ଜିଲ୍ଲାର ୯ ଟି ଔଷଧ ଦୋକାନରେ କରୋନା ରୋଗୀଙ୍କ ପାଇଁ ଫେଭିପିରାଭିର ବଟିକା ଓ ରେମଡିସିଭର ଇଞ୍ଜେକସନ ଉପଲବ୍ଧ ହେବ। ଏନେଇ ଡାଇରେକ୍ଟଟର ଅଫ ଡଗ୍ରସ କଣ୍ଟ୍ରୋଲର ପକ୍ଷରୁ ସୂଚନା ମିଳିଛି। ଏହି ଇଞ୍ଜେକସନ ଓ ବଟିକାକୁ କରୋନା ରୋଗୀ କିମ୍ବା ତାଙ୍କ ସଂର୍ପକୀୟ କରୋନା ଗାଇଡ ଲାଇନ ଅନୁସାରେ କିଣିପାରିବେ। ତେବେ ଏହି ଔଷଧ କିଣିବାକୁ ହେଲେ ଦୋକାନୀଙ୍କୁ ପ୍ରମାଣ ପତ୍ର ଦେଖାଇବାକୁ ଜରୁରୀ। ବିଶେଷଜ୍ଞ ଡାଙ୍କରଙ୍କ ପ୍ରେକସିପସନ, ରହୁଥିବା ସ୍ଥାନର ପ୍ରମାଣ ପତ୍ର ଓ ଯୋଗାଯୋଗ ନଂ ଦେବାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ସପ୍ତାହରେ ଥରେ ଏହି ଔଷଧ ବିକ୍ରି ହେଉଥିବା ଦୋକାନର କିଣାବିକା ଯାଞ୍ଚ କରାଯିବ। ଅନ୍ୟ ପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଟିକା ପ୍ରଦାନ ପାଇଁ ୧୦ ହଜାର ୩୯୦ ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ହେଲଥ ୱାର୍କର, ଅଙ୍ଗନୱାଡି କର୍ମୀ ଏବଂ ଘରୋଇ ମେଡିକାଲ ,ନର୍ସି ହୋମର କର୍ମଚାରୀଙ୍କୁ ଏହି ଟିକା ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି। ସେଥିପାଇଁ ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ ଏକ ତାଲିକା ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0