ଭୁବନେଶ୍ୱର : ପଟିଆ ପିଏନବି ଏଟିଏମ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ । ୨ ଲୁଟେରାଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଭାଇଜାଗରୁ ଧରାପଡିଛନ୍ତି ଏହି ଦୁଇ ଲୁଟେରା । ଗତମାସରେ ପଟିଆ ପିଆଇବି ଏଟିଏମ ଲୁଟ କରି ପ୍ରାୟ ୨୭ ଲକ୍ଷରୁ ଅଧିକ ଟଙ୍କା ଲୁଟିଥିଲେ ଏମାନେ । ଭାଇଜାଗରେ ସମାନଢଙ୍ଗରେ ଲୁଟ କରୁଥିବା ବେଳେ ଆନ୍ଧ୍ର ପୋଲିସ୍ ହାତରେ ଧରାପଡିଛନ୍ତି ଏହି ଦୁଇ ଲୁଟେରା । ଗିରଫ ଦୁଇ ଲୁଟେରା ହେଉଛନ୍ତି ସମର ଜ୍ୟୋତ ସିଂ ଏବଂ ଜାଫର ସାଦ୍ଦିକ୍ । ସମରର ଘର ପଞ୍ଜାବ ହୋଇଥିବା ବେଳେ ଜାଫର ଘର କୋଲକତାରେ । ଏମାନେ ବେଙ୍ଗାଲୁରୁରେ ରହି ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଚଳାଉଥିଲେ । ଗୋଟିଏ ସହରରେ ଲୁଟ୍ କରିବା ପରେ ସେମାନେ ଅନ୍ୟ ସହରକୁ ପ୍ଲାଇଟରେ ପଳାଉଥିଲେ । ସେଠାରେ ପୁଣି ଲୁଟ କରୁଥିଲେ । ଏବେ ସେମାନଙ୍କୁ ରିମାଣ୍ଡରରେ ଆଣି ଜେରା କରିବ କମିଶନରେଟ୍ ପୋଲିସ୍ ।



Visitors Today : 1
Total Visitors : 130176
Total Views : 9891623
Visitors Online Now : 0