କନ୍ଧମାଳ: ବାଲିଗୁଡା ପୋଲିସର ଅପରେସନ ଗଞ୍ଜେଇ ନଷ୍ଟ ଅଭିଯାନ ଆରମ୍ଭ । କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବାଲିଗୁଡା, ଖଜୁରିପଡା, ଫିରିଙ୍ଗିଆ ଆଦି ଥାନା ଅଞ୍ଚଳରେ ଲାଗିଥିବା ବେଆଇନ୍ ଗଞ୍ଜେଇ ଚାଷକୁ ନଷ୍ଟ କରିବା ଲାଗି ଅଭିଯାନ ଆରମ୍ଭ ହୋଇଛି। ଯେଉଁଥି ପାଇଁ ଗଞ୍ଜେଇ ଚାଷୀ ଓ ମାଫିଆମାନଙ୍କ ମଧ୍ୟରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଗାମୀ ଦିନରେ ଗଞ୍ଜେଇ କଟା ଅଭିଯାନ ଜାରି ରହିବ ବୋଲି ଜଣାଯାଇଛି। ୯୫ ଏକରରୁ ଅଧିକ ଗଞ୍ଜେଇ ଚାଷ କରାଯାଇଥିଲା । ଅନ୍ୟପକ୍ଷରେ ଆଜି କୋରାପୁଟ ଜିଲ୍ଲାରୁ ୮୦ ଲକ୍ଷ ଟଙ୍କାର ୮ କୁଇଣ୍ଟାଲ ଗଂଜେଇ ଜବତ ହୋଇଥିବା ନେଇ ଏକ ଖବର ପ୍ରକାଶ ପାଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0