spot_img

ଦେଶରେ ୯୦ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ସାରା ଦେଶରେ କାୟା ମେଲାଉଛି ମହାମାରୀ କରୋନା । ଗତ କାଲି ୨୪ ଘଣ୍ଟାରେ ୭୫,୦୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ତାହା ବୃଦ୍ଧି ପାଇ ୮୩ ହଜାର ୩୪୭ରେ ପହଞ୍ଚିଛି । ଏହା ସହିତ ସାରା ଦେଶରେ ଗତ ୨୪ ଘଣ୍ଟାରେ ୧୦୮୫ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୁଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬ ଲକ୍ଷ ୪୬ ହଜାର ୧୦ରେ ପହଞ୍ଚିଛି । ଏହି ସଂକ୍ରମିତଙ୍କ ମଧ୍ୟରୁ ୯ ଲକ୍ଷ ୮୩ ହଜାର ୩୭୭ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୯୦ ହଜାର ୨୦ରେ ପହଞ୍ଚିଛି । ଏହାସହିତ ସବୁଠାରୁ ଆଶ୍ୱସ୍ତିକର ଖବର ହେଉଛି, ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୫ ଲକ୍ଷ ୮୭୬ ହଜାର ୧୩ରେ ପହଞ୍ଚିଛି । ଏହି ନୂତନ ସଂଖ୍ୟାକୁ ମିଶାଇ ଭାରତ ଏବେ ବିଶ୍ୱରେ ଆଗରେ ରହିଛି । ଆରୋଗ୍ୟ ହାରରେ ଆମେରିକାକୁ ପଛରେ ପକାଇ ଭାରତ ପ୍ରଥମ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular