ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୪ ହଜାର ୨ ଶହ ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୨ ହଜାର ୫୪୮କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୪ ହଜାର ୨ ଶହ ୩୭ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୮୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୭୫୨ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୬୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୫୭୭ ଜଣ, ପୁରୀରୁ ୨୧୯ ଜଣ, ରାୟଗଡ଼ାରୁ ୫୧ଜଣ, ଭଦ୍ରକରୁ ୧୩୬ ଜଣ, ମୟୂରଭଞ୍ଜରୁ ୧୩୯ ଜଣ, ସୁନ୍ଦରଗଡ଼ରୁ ୧୦୧ ଜଣ, ବରଗଡ଼ରୁ ୧୨୧ ଜଣ, କେନ୍ଦୁଝରରୁ ୪୨ ଜଣ, ଗଞ୍ଜାମରୁ ୭୧ ଜଣ, ନବରଙ୍ଗପୁରରୁ ୭୦ ଜଣ, କେରାପୁଟରୁ ୮୯ ଜଣ, ସମ୍ବଲପୁରରୁ ୧୧୧ ଜଣ, ନୟାଗଡ଼ରୁ ୫୦ ଜଣ, ସୁବର୍ଣ୍ଣପୁରରୁ ୧୩୧ ଜଣ, ଜଗତସିଂହପୁରରୁ ୧୭୩ ଜଣ, ଅନୁଗୁଳରୁ ୧୧୦ ଜଣ, କେନ୍ଦ୍ରାପଡ଼ାରୁ ୧୪୮ ଜଣ, ବୌଦ୍ଧରୁ ୪୩ ଜଣ, ବଲାଙ୍ଗିରରୁ ୬୭ ଜଣ, ନୂଆପଡ଼ାରୁ ୧୧୫ ଜଣ, ଝାରସୁଗୁଡ଼ାରୁ ୨୦୫ ଜଣ, କଳାହାଣ୍ଡିରୁ ୫୭ ଜଣ, କନ୍ଧମାଳରୁ ୫୫ ଜଣ, ଦେବଗଡ଼ରୁ ୨୨ ଜଣ, ଯାଜପୁରରୁ ୨୦୧ ଜଣ, ଢ଼େଙ୍କାନାଳରୁ ୭୦ ଜଣ, ଗଜପତିରୁ ୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୪୪ ଜଣ ଓ ବାଲେଶ୍ୱରରୁ ୧୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0