କଟକ ଜିଲ୍ଲାରେ ୬୫୦ ଜଣଙ୍କ ସମେତ ରାଜ୍ୟରୁ ଆଜି ୩ ହଜାର ୩୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୪ ହଜାର ୭୩ରେ ପହଂଚିଛି।ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ଦ୍ୱିତୀୟ ସର୍ବାଧିକ ୪୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୨୧୩ ଜଣ, ଗଂଜାମରୁ ୨୦୯ ଜଣ, ରାୟଗଡ଼ାରୁ ୧୮୫ ଜଣ, ସମ୍ବଲପୁରରୁ ୧୭୨ ଜଣ, କେରାପୁଟରୁ ୧୪୯ ଜଣ, ପୁରୀରୁ ୧୨୮ ଜଣ, ନୟାଗଡ଼ରୁ ୧୨୫ ଜଣ ଓ ମୟୂରଭଂଜରୁ ୧୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0