spot_img

ଆଜି ସୁସ୍ଥ ହେଲେ ୩୩୦୩ କରୋନା ଆକ୍ରାନ୍ତ..

କଟକ ଜିଲ୍ଲାରେ ୬୫୦ ଜଣଙ୍କ ସମେତ ରାଜ୍ୟରୁ ଆଜି ୩ ହଜାର ୩୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୪ ହଜାର ୭୩ରେ ପହଂଚିଛି।ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ଦ୍ୱିତୀୟ ସର୍ବାଧିକ ୪୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୨୧୩ ଜଣ, ଗଂଜାମରୁ ୨୦୯ ଜଣ, ରାୟଗଡ଼ାରୁ ୧୮୫ ଜଣ, ସମ୍ବଲପୁରରୁ ୧୭୨ ଜଣ, କେରାପୁଟରୁ ୧୪୯ ଜଣ, ପୁରୀରୁ ୧୨୮ ଜଣ, ନୟାଗଡ଼ରୁ ୧୨୫ ଜଣ ଓ ମୟୂରଭଂଜରୁ ୧୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular