ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲରସ୍ ବିଭାଗର ଉପ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୭ଟି ଟିମ୍ ତାଙ୍କ କଟକ ଓ ଭୁବନେଶ୍ବରସ୍ଥିତ ସରକାରୀ କାର୍ୟ୍ୟଳୟ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି। ସୂଚନା ମୁତାବକ, ଭୁବନେଶ୍ୱରର ବିପୁଲ ଗାର୍ଡେନରେ ଥିବା ତାଙ୍କର ବାସଭବନ, କଟକର ପିଲିଗ୍ରିମ୍ ରୋଡ୍ ଠାରେ ଥିବା ରମେଶ ଚନ୍ଦ୍ର ବେହେରାଙ୍କ ଶ୍ୱଶୁର ଘର, ଯାଜପୁର ଜିଲ୍ଲାର କୋରେଇ ବ୍ଲକ୍ ଅନ୍ତର୍ଗତ ପାମ୍ପାଲୋରେ ଥିବା ପୈତୃକ ଘର , କଟକର ସିଡିଏରେ ଥିବା ଘର ସହିତ ପ୍ଲଟ୍, ପୁଡୁଚେରୀରେ ଥିବା ଘର, କଟକ ଓ ଭୁବନେଶ୍ବରସ୍ଥିତ ସରକାରୀ କାର୍ୟ୍ୟଳୟରେ ଏକକାଳୀନ ଚଢ଼ଉ କରିଥିବା ଜଣାପଡିଛି। ଏଥିମଧ୍ୟରୁ ପୁଡୁଚେରୀକୁ ଗୋଟିଏ ସ୍ବତନ୍ତ୍ର ଟିମ୍ ଯାଇ ଚଢାଉ କରିଥବାର ସୂଚନା ମିଳିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0