ସମ୍ବଲପୁର: ପୁଣି ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍ । ଜଳଭଣ୍ଡାରକୁ ଜଳ ପ୍ରବେଶ କମୁଥିବାରୁ ପର୍ଯ୍ୟାୟକ୍ରମେ ଗେଟ ବନ୍ଦ ହେଉଛି । ପୂର୍ବରୁ ୧୯ଟି ଗେଟ୍ ଖୋଲିଥିବାବେଳେ ଆଜି ସକାଳେ ପୁଣି ୩ଟି ଗେଟ ବନ୍ଦ ହେଇଛି। ବର୍ତ୍ତମାନ ଜଳ ଭଣ୍ଡାରର ଜଳସ୍ତର ୬୨୪.୨୫ ରହିଛି । ପ୍ରତି ସେକେଣ୍ଡରେ ୨ଲକ୍ଷ ୭୮ ହଜାର ୩୫୪ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ମୋଟ ୧୬ଟି ଗେଟ ଦେଇ ୩ଲକ୍ଷ ୨୨ ହଜାର ୫୩୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0