କଟକ: ଯାତ୍ରା ଏବଂ ଓଲିଉଡର କଳାକାର ରାନୀ ପଣ୍ଡା ଗରିବ ଅସହାୟଙ୍କୁ ସହାୟତା ଯୋଗାଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଆଜି ସକାଳୁ କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଜହଳ ଗ୍ରାମରେ ପହଞ୍ଚି ଅଗ୍ନିବିପନ ପରିବାରଙ୍କୁ ନୂତନ ବସ୍ତ୍ର ସହିତ ରାସନ ସାମଗ୍ରୀ ଓ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହାପରେ ଅନ୍ୟ ଗରିବ ଓ ଅସହାୟ ଲୋକଙ୍କୁ ଭେଟି ତାଙ୍କ ଦୁଃଖ କଥା ପଚାରି ବୁଝିବା ସହିତ ଆର୍ଥିକ ସାହାଯ୍ୟ କରିଥିଲେ । ଏପରିକି ବନ୍ୟା ପାଣି ପଶିଥିବା କାଣ୍ଟିକିଆରୀ ଅଂଚଳକୁ ଯାଇ ବନ୍ୟା ବିପନ୍ନ ପରିବାର ପିଲାଙ୍କୁ ବିସ୍କୁଟ ଦେଇଥିଲେ। ଏହାପରେ ସେ କେନ୍ଦ୍ରାପଡା ଗସ୍ତ କରିଥିଲେ ।
ତେବେ ବଡ କଥା ହେଲା ରାନୀ ଗତ କିଛି ମାସ ତଳେ ଯାତ୍ରା ଦୁନିଆରେ ଯେଉଁ ଚର୍ଚ୍ଚାର ବିଷୟ ପାଲଟିଲେ ପରେ ସାରା ଓଡିଶା ସମେତ ଅନ୍ୟ ରାଜ୍ୟବାସୀ ରାନୀ ପଣ୍ଡାଙ୍କୁ ଚିହ୍ନିଥିଲେ । ରାନୀ ଏବେ ଯଲିଉଡ କିମ୍ବା ଓଲିଉଡକୁ ଆଉ ମନ ଦେଉନାହାନ୍ତି ବରଂ ବଲିଉଡ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି । ଏବେ କଳାକାର ସହିତ ଜଣେ ଭଲ ସମାଜ ସେବିକା ଭାବେ ନିଜର କର୍ତ୍ତବ୍ୟ ପ୍ରତିପାଦନ କରୁଛନ୍ତି । ଆଗକୁ ମଧ୍ୟ ରାନୀ ପ୍ରାକୃତିକ ବିପର୍ୟ୍ୟୟରେ ଅସୁବିଧା ସମ୍ମୁଖୀନ ଲୋକଙ୍କୁ ସହାୟତାର ହାତ ବଢାଇବେ ବୋଲି କହିଛନ୍ତି।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0