ସୁଶାନ୍ତ ସିଂହ ରାଜପୁତ ମାମଲ।ରେ ସିବିଆଇ ତଦନ୍ତର ଆଜି ୧୫ ତମ ଦିନ । ସିବିଆଇ ସହ ଇଡ଼ି ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ତଦନ୍ତ ଜାରି ରହିଛି । ଅଜି ସକାଳେ ଏନଏସବି ରିୟା ଚକ୍ରବର୍ତ୍ତୀଙ୍କ ଘରେ ଚଢ଼ଉ କରିଛି । ସାମୁଏଲ ମିରାଣ୍ଡାଙ୍କ ଘରେ ମଧ୍ୟ ଏନସିବି ଟିମ୍ ସର୍ଚ୍ଚ ଅପରେସନ ଚାଲିଛି । ଡ୍ରଗ୍ସ ମାମଲାରେ ରିୟା ଓ ତାଙ୍କ ପରିବାର ଏନସିବି ନଜରରେ ଅଛି । ଏହି ଡ୍ରଗ୍ସ ମାମଲାରେ ଏନସିବି ଦୁଇ ଜଣ ଡ୍ରଗ୍ ପେଡଲାରଙ୍କୁ ମଧ୍ୟ ଗିରଫ କରିଛି । ଗିରଫ ହୋଇଥିବା ଡ୍ରଗ୍ ଅଭିଯୁକ୍ତ ରିୟାଙ୍କ ଭାଇ ଶୌଭିକ୍ ଓ ସୁଶାନ୍ତଙ୍କ ଷ୍ଟାଫ୍ ସାମୁଏଲ ମିରାଣ୍ଡାଙ୍କ ନାଁ କହିଥିଲା । ଅନ୍ୟପଟେ ଆଜି ଏମ୍ସ କର୍ତ୍ତୃପକ୍ଷ ସୁଶାନ୍ତ ସିଂହ ମାମଲାର ଫରୋନସିକ୍ ରିପୋର୍ଟ ଦାଖଲ କରିପାରନ୍ତି ବୋଲି ସୂଚନା ମିଳିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0